New

Post Top Ad

Shubhapallaba free eMagazine and online web Portal

Thursday, July 21, 2022

ପାଉଁଶ ତଳର ନିଆଁ

Paunsa Talara Nian (ପାଉଁଶ ତଳର ନିଆଁ) by Tapas Ranjan

ପାଉଁଶ ତଳେ କୁହୁଳେ । ଧୂଆଁ ବାହାରେ । କେବେ କେବେ ଜଳିଉଠେ ତ କେବେ ଲିଭିଯାଏ । ଏ କିନ୍ତୁ ଏମିତି ଗୋଟେ ନିଆଁ, ପାଉଁଶ ତଳର ନିଆଁ, ଯିଏ କୁହୁଳିଛି ବହୁତ ହେଲେ କେବେ ଧୂଆଁ ବାହାରିନି । ଜୁକୁଜୁକୁ ହୋଇ ଜଳିଛି କେଯାଣି କେତେ ସମୟ, ହେଲେ କେବେ କେହି ଦେଖିନାହାନ୍ତି ସେ ନିଆଁକୁ ସେ ଏମିତି ଏକ ନିଆଁ, ଯାହାର ମାତ୍ର ଦୁଇଟି ପ୍ରାନ୍ତ । ଗୋଟେ ‘ଜୀବନ ଓ ବାସ୍ତବତା’ ଆଉ ଅନ୍ୟଟି ‘ପ୍ରେମ ଆଉ ସ୍ଵପ୍ନ । ’ବାସ୍ତବତା’ ରେ ସେ ଜୀବନକୁ ଦେଖିପାରେ କେବଳ, ହେଲେ ସହି ପାରେନା । ଆଉ ପ୍ରେମ ? ପ୍ରେମରେ ସ୍ଵପ୍ନ ଦେଖିହୁଏ, ବାସ୍ତବତା କୁ ନୁହେଁ !ଜୀବନକୁ ସ୍ଵପ୍ନରେ ସଜେଇ ପାରେନା ନା’ହିଁ ପ୍ରେମ କୁ ବାସ୍ତବତା ରେ ! ସେ ଚେଷ୍ଟା କରିଛି ସଜେଇବାକୁ ଜୀବନକୁ ଆଉ ପ୍ରେମକୁ, ହେଲେ ପାରିନି । ବରଂ ପାଇଛି ଗୋଟେ ଦୁଃସାଧ୍ୟ ସମୀକରଣ ! ଯାହାକୁ କେବେ ସମାଧାନ କରିପାରିନି । ବରଂ ଛନ୍ଦି ହୋଇଯାଇଛି ସେ ସଂଖ୍ୟା ମାନଂକରେ, ସେ ସଂକେତ ମାନଂକରେ । ପ୍ରେମ ଆଉ ଜୀବନ ଯେମିତି ହୋଇଯାଇଛି ଗୋଟେ ନଦୀର ଦୁଇ ପ୍ରାନ୍ତ ! ସେଥିପାଇଁ ତ ସେ ପାଉଁଶ ତଳର ନିଆଁ…ତଥାପି ତ ତାର ସ୍ବପ୍ନ ଦେଖା ସରେନି କି ବନ୍ଦ ହୁଏନି ପ୍ରେମକୁ ସଜେଇବା । ବାସ୍ତବ ତା’ପାଇଁ ଯେତେ କଠିଣ ହେଉପଛେ । ଯେତେ ନିର୍ଦୟ ଯେତେ ତିକ୍ତ ହେଉପଛେ, କେବେ ସେ ଥକି ପଡିନି ତ ! ବରଂ ଅଧିକ ସମୟ ବସିଛି ନିରୋଳାରେ, ଅନେକ ଭାବିଛି, ଲେଖିଛି ରାଶି ରାଶି ପ୍ରେମ କବିତା, ଯେତେ ଯେତେ କ୍ଷତ ବିକ୍ଷତ ହୋଇଛି ବାସ୍ତବର କ୍ରୁରତା ରେ । ନା କେହି କେବେ ପଚାରିଛି, ନା ସେ କେବେ କହିଛି କାହାକୁ ସେକଥା । ସେ ପରା ପାଉଁଶ ତଳର ନିଆଁ !!


ସେ ଜଣେ ନିଆରା ବ୍ୟକ୍ତି । ଯିଏ ପ୍ରେମକରେ ହେଲେ ଦୁଃଖ ଗୀତ ଶୁଣିବାକୁ ଭଲ ପାଏ । ନିଜ ପ୍ରେମିକାକୁ ପ୍ରେମ କରିବାକୁ ଅନ୍ୟମାନଂକୁ ସାହାଯ୍ୟ କରେ । ଗୁଲିଗପ କରେ ତା’ନାରେ, ତା’ ବାପା ଭାଇ ନା’ରେ । ଫୁଲ ଛିଣ୍ଡାଏ, ଗ୍ରୀଟିଂଗ କାର୍ଡ଼ ଲେଖେ ହେଲେ ଦେଇପାରେନା । ଦୂରରୁ ଲୁଚି ଲୁଚି ଦେଖେ ତା’ ପ୍ରେମିକାକୁ, କୁହେ ଦୂରରେ ରହିଲେ କାଳେ ପ୍ରେମ ଦୃଢ଼ ହୁଏ ! ସେ ପିଏ ବୋଲି ସ୍ପ୍ରାଇଟ ପିଏ, ଭଲ ନ ଲାଗିଲେ ବି ଗୀତ ଶୁଣେ ଯାହା ସେ ଶୁଣେ! କୁହେ ସେ ଜଣେ ଭିନ୍ନ ଇଲାକାର ଭିନ୍ନ ଲୋକ । ଯାହାର ମନ ତା’ ବୟସ ଠାରୁ ଯଥେଷ୍ଟ ଅଧିକ । ସେଥିପାଇଁ ବୋଧହୁଏ ସେ ମନ ଆଉ ବୟସ ଭିତରେ ସମ୍ପର୍କ ଖୋଯେନା’ ସେ ଏମିତି ଜଣେ, ଯିଏ ବୁଝିଛି ଜୀବନକୁ, ଜୀବନର ସଂଜ୍ଞା କୁ ଆଉ ମଧ୍ୟ ପ୍ରେମକୁ ଓ ତା’ର ଗଭୀରତା କୁ । ସେ କେବେ ଚିନ୍ତା କରିନି ସ୍ବପ୍ନ ଦେଖିବାକୁ ଜୀବନ ପାଇଁ ବା ପ୍ରେମକୁ ବାସ୍ତବତା ରେ ପରିଣତ କରିବା ପାଇଁ । ସେ ବୁଝିଛି ଜୀବନକୁ ଅନ୍ୟମାନଂକ ପାଇଁ ବଂଚାଯାଏ, ସଜାଯାଏ ହେଲେ ପ୍ରେମ କରାଯାଏ ନିଜପାଇଁ । ସେଥିରେ ଆଉ କାହାର ବି ଭାଗ ନଥାଏ !ଜୀବନର କ୍ରୁରତା ରେ କ୍ଷତବିକ୍ଷତ ହୁଏ, କଷ୍ଟ ପାଏ, ହେଲେ ପ୍ରେମର କୋମଳ ସ୍ପର୍ଶ ରେ ଭୁଲିଯାଏ ସବୁକିଛି । କାହିଁକି ନା ସେ ପାଉଁଶ ତଳର ନିଆଁ…(କ୍ରମଶଃ)


(ଏହା ମୋର ଦୀର୍ଘ ଗଳ୍ପ ‘ପାଉଁଶ ତଳର ନିଆଁ’ର କିଛି ଅଂଶ ମାତ୍ର । ସମୟ ସୁଯୋଗ ଦେଖି ପ୍ରକାଶ କରିବି)

- ତାପସ ରଞ୍ଜନ

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba free eMagazine and online web Portal