ଅଧା ଏଠି ସବୁକୁଛି ମନ ଆଉ ପ୍ରେମ,
ସମ୍ପର୍କର ରାସ୍ତା ଟା ବି ଅଧା ଅଧା,
ଅଧା ମୋ ଜୀବନ !
କାମନାର ନିଆଁରେ ପ୍ରାପ୍ତି ଏଠି ଅଧା
ବିରହର ଉତ୍ତାପରେ ପ୍ରତିକ୍ଷା ବି ଅଧା
ପ୍ରାପ୍ତିରେ କେବେ କ'ଣ ଥାଏ ପୂର୍ଣ୍ଣତା?
ତଥାପି କାହିଁକି ଲାଗେ ମନ ଏଠି ଅଧା?
ତ୍ୟାଗରେ ତାହେଲେ କଣ ଥାଏ ମୁକ୍ତି?
କାହିଁ ପୁଣି ପ୍ରାପ୍ତିପାଇଁ ଜୀବନଟା ଅଧା?
କାହିଁକି କେଜାଣି ଭଲପାଏ ଏତେବେଶୀ
ମନ୍ଦିରରେ ଦୀପଜାଳେ ଉଜାଗର ରହି,
ତଥାପି କାହିଁକି ଲାଗେ ପ୍ରେମଟା ବି ଅଧା !!!
- ତାପସ ରଞ୍ଜନ
No comments:
Post a Comment