ମୋ ମନର ପୀଡ଼ା ହୃଦୟ ବେଦନା
ସବୁ ତ କହି ହୁଏନା
କିଛି କହିହୁଏ କିଛି ଅଧରୁହେ
କିଛି ବୁଝି ପୁଣି ହୁଏ ଅବୁଝା |୧|
ଛାତିତଳ କୋହ ମନର ଆବେଗ
ଭାଷା ପାରେନି ବୁଝାଇ
ସବୁ ବୁଝି ତୁମେ ଅବୁଝା ରହିଲେ
ଭାଗ୍ୟକୁ ମୋ ନିନ୍ଦୁଥାଇ |୨|
ପ୍ରେମ ପ୍ରଦୀପ ମୋ ନିର୍ବାପିତ ହୁଏ
ଯନ୍ତ୍ରଣାରେ ପ୍ରତିକ୍ଷାର
ଲାଗୁଛି ଯେପରି ଅସରାଏ ସ୍ୱପ୍ନ
ନିର୍ବାସିତ ସାଥି ମୋର |୩|
ଦିନ ଚାଲିଯିବ ସବୁ ସରିଯିବ
ଆଜି ହୋଇଯିବ କାଲି
ରହିଯିବ ଖାଲି କଥା ଦୁଇଧାଡ଼ି
ମନ ତଳେ ସ୍ମୃତି ହୋଇ |୪|
~ ●◆● ~
No comments:
Post a Comment